ଭୁବନେଶ୍ୱର: ୮ଟି ଜିଲ୍ଲାରୁ ୬୫ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭୩୭ରେ ପହଞ୍ଚିଛି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ୩୧ଜଣ ଯାଜପୁର ଜିଲ୍ଲାର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୦ଜଣ ପଶ୍ଚିମବଙ୍ଗ ଫେରନ୍ତା ଓ ଜଣେ ଝାଡଖଣ୍ଡ ଫେରନ୍ତା । ଏହା ଫଳରେ ଯାଜପୁରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୧ ରେ ପହଞ୍ଚିଛି ।

୧୩ ନୂଆ ପଜିଟିଭ୍ ଗଞ୍ଜାମ ଜିଲ୍ଳାର ହୋଇଥିବା ବେଳେ ସେମାନେ ସମସ୍ତେ ସୁରତ ଫେରନ୍ତା ଏବଂ ସମସ୍ତ ଚିହ୍ନଟ କ୍ୱାରେଣ୍ଟାଇନ ସେଣ୍ଟରରେ ରହିଛନ୍ତି । ଗଞ୍ଜାମର ପଜିଟିଭ୍ ସଂଖ୍ୟା ଏହା ଫଳରେ ୨୭୭ରେ ପହଞ୍ଚିଯାଇଛି ।

ଅନୁରୂପ ଭାବେ କଟକରୁ ୬ଜଣ ଚିହ୍ନଟ ହୋଇଥିବା ବେଳେ ସେମାନେ ଅହମଦାବାଦ ଫେରନ୍ତା । କେନ୍ଦ୍ରାପଡାରୁ ୪, ମୟୁରଭଞ୍ଜରୁ ୨, ନୟାଗଡ଼ରୁ ୨ ସୁରତ ଫେରନ୍ତା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିପରି ପୁରୀର ୪ଜଣ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବା ବେଳେ ଖୋର୍ଦ୍ଧାର ଚିହ୍ନଟ ୩ଜଣଙ୍କ ମଧ୍ୟରୁ ଜଣେ ସୁରତ ଫେରନ୍ତା, ଜଣେ ପଶ୍ଚିମବଙ୍ଗ ଫେରନ୍ତା ଓ ଅନ୍ୟ ଜଣେ ସ୍ଥାନୀୟ ବ୍ୟକ୍ତି ବୋଲି ଜଣାପଡିଛି । ସ୍ଥାନୀୟ ବ୍ୟକ୍ତି ଜଣକ ଘରେ କ୍ୱାରେଣ୍ଟାଇନରେ ରହିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୩୭ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୬୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବିଭିନ୍ନ ହସ୍ପିଟାଲରେ ଏବେ ବି ୫୬୮ଜଣ ସକ୍ରିୟ କରୋନା ରୋଗୀ ଚିକିତ୍ସିତ ହେଉଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *