ଭୁବନେଶ୍ୱର: ରାଜ୍ୟରେ ପୁଣି ୫୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟର କରୋନା ଆକ୍ରାନ୍ତ ସଂଖ୍ୟା ୧୧୦୩ରେ ପହଞ୍ଚିଛି । କେବଳ ସେତିକି ନୁହେଁ ବରଂ ଗଞ୍ଜାମର ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଫଳରେ ରାଜ୍ୟର କରୋନା ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି । କେବଳ ଗଞ୍ଜାମରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ନୂତନ ଭାବେ ଚିହ୍ନଟ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଗଞ୍ଜାମରୁ ୪ଜଣ, ଯାଜପୁରରୁ ୫ଜଣ, କଟକରୁ ୯ଜଣ, ଜଗତସିଂହପୁରରୁ ୨ଜଣ, ଅନୁଗୁଳରୁ ୨ଜଣ, ନୟାଗଡ଼ରୁ ୧୧ଜଣ, କଳାହାଣ୍ଡିରୁ ୧୧ଜଣ, ପୁରୀରୁ ଜଣେ, ମାଲକାନାଗିରିରୁ ଜଣେ, ସମ୍ବଲପୁରରୁ ୨ଜଣ ଓ ମୟୁରଭଞ୍ଜରୁ ୩ଜଣ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୩ରେ ପହଞ୍ଚିଥିବା ବେଳେ ମୃତକଙ୍କ ସଂଖ୍ୟା ୭ରେ ପହଞ୍ଚିଛି ।

Leave a Reply

Your email address will not be published. Required fields are marked *