ଭୁବନେଶ୍ୱର: ରାଜ୍ୟର ୧୦ଟି ଜିଲ୍ଲାରୁ ପୁଣି ୬୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୭୨ରେ ପହଞ୍ଚିଛି । ସେହିପରି ୪ଟି ଜିଲ୍ଳାରୁ ୮ଜଣ ସୁସ୍ଥ ହୋଇଥିବା ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଚିହ୍ନଟ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ କେନ୍ଦ୍ରାପଡାରୁ ୧୩ଜଣ ରହିଥିବା ବେଳେ ଗଞ୍ଜାମରୁ ୧୨ଜଣ, ବାଲେଶ୍ୱରରୁ ୧୨ଜଣ, ପୁରୀରୁ ୧୦ଜଣ, ଭଦ୍ରକରୁ ୬ଜଣ, ନୟାଗଡ଼ରୁ ୩ ଜଣ, ଯାଜପୁରରୁ ୨ଜଣ, ସୁନ୍ଦରଗଡ଼, ଦେବଗଡ଼, କଟକରୁ ଜଣେ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିପରି ଯାଜପୁରରୁ ୪ଜଣ, ଭଦ୍ରକରୁ ୨ଜଣ, କେନ୍ଦୁଝର ଓ ବାଲେଶ୍ୱରରୁ ଦୁଇଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା କୁହାଯାଇଛି । ଫଳରେ ରାଜ୍ୟରେ ମୋଟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୧୬୬ରେ ପହଞ୍ଚିଛି । ରାଜ୍ୟରେ ମୋଟ ୫୧୧ଜଣ ଆକ୍ରାନ୍ତ ବର୍ତ୍ତମାନ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଗଞ୍ଜାମରେ ସର୍ବାଧିକ ୨୬୪ଜଣ ଆକ୍ରାନ୍ତ ରହିଥିବା ବେଳେ ବାଲେଶ୍ୱରରରେ ୧୦୨ଜଣ, ଯାଜପୁରରେ ୯୦ଜଣ ଓ ଖୋର୍ଦ୍ଧାରେ ୫୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *