ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସେହି ଅନୁସାରେ କରୋନା ରୋଗୀ ମଧ୍ୟ ସୁସ୍ଥ ହେବାରେ ଲାଗିଛନ୍ତି । ଆଜି ୫୭ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।

ଏହି ରୋଗୀ ମାନେ ସୁସ୍ଥ ହେବା ଫଳରେ ରାଜଧାନୀ ଭୁବନେଶ୍ୱର ଓ ଜଗତସିଂହପୁର ଜିଲ୍ଳା ମଧ୍ୟ କରୋନା ମୁକ୍ତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି ।

ଫଳରେ ରାଜ୍ୟରେ ମୋଟ ୨୭୭ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା କୁହାଯାଇଛି । ରାଜଧାନୀ ଭୁବନେଶ୍ୱରର ୩ଜଣ କରୋନା ପଜିଟିଭ୍ ଚିକିତ୍ସିତ ହେଉଥିବା ବେଳେ ସେମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିଭଳି ଜଗତସିଂହପୁରର ଚିକିତ୍ସିତ ହେଉଥିବା ମୋଟ ୫ଜଣ ମଧ୍ୟ ସୁସ୍ଥ ହୋଇଛନ୍ତି ।

ସୁସ୍ଥ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଗଞ୍ଜାମରୁ ୪୦ଜଣ, ମୟୁରଭଞ୍ଜରୁ ୪ଜଣ, ବଲାଙ୍ଗିରରୁ ଦୁଇଜଣ, ସୁନ୍ଦରଗଡ଼, ବାଲେଶ୍ୱର ଓ କେନ୍ଦ୍ରାପଡାରୁ ଜଣେ ଲେଖାଏଁ ରହିଛନ୍ତି ।

ରାଜ୍ୟର ମୋଟ ୮୭୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୫୯୫ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଗଞ୍ଜାମର ମୋଟ ୩୦୭ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୮୯ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୧୬ଜଣ ଏବେ ଚିକିତ୍ସିତ ହେଉଛନ୍ତି ।

Leave a Reply

Your email address will not be published. Required fields are marked *