ଭୁବନେଶ୍ୱର: କରୋନା କବଳରୁ ପୁରି ୨୪ଜଣ ମୁକ୍ତ ହୋଇଛନ୍ତି । ପଳରେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୨୨୦ରେ ପହଞ୍ଚିଛି ।

ରାଜ୍ୟର ସବୁଠାରୁ ହଟ୍ ସ୍ପଟ୍ ଭାବେ ପରିଗଣିତ ହେଉଥିବା ଗଞ୍ଜାମ ଜିଲ୍ଲାର ୧୫ଜଣ ସୁସ୍ଥ ହୋଇଥିବା ବେଳେ ଯାଜପୁର ଜିଲ୍ଳାର ୩ ଜଣ ଓ ବାଲେଶ୍ୱର ଜିଲ୍ଲାର ଜଣେ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଫଳରେ ରାଜ୍ୟରେ ମୋଟ ୨୨୦ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି ପୂର୍ବାହ୍ନରେ ଜଣେ ସଂଦିଗ୍ଧ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା ଏବଂ ତାହା କରୋନା ଜନିତ ବୋଲି ସଂଦେହ କରାଯାଉଥିଲା । ମାତ୍ର ତାଙ୍କ ରିପୋର୍ଟ ନେଗେଟିଭ ଆସିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪ବୋଲି ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *