ଭୁବନେଶ୍ୱର: ରାଜ୍ୟର ଆକ୍ରାନ୍ତ ସମସ୍ତ ଶିଶୁ ସୁସ୍ଥ ହୋଇଛନ୍ତି । ଏହି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସମଗ୍ର ରାଜ୍ୟରେ ମୋଟ ୨୦ଜଣ ଶିଶୁ କରୋନାରେ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଏପରିକି ତିନି ବର୍ଷରୁ କମ୍ ଶିଶୁ ମଧ୍ୟ କରୋନା ଆକ୍ରାନ୍ତ ହୋଇ ରାଜ୍ୟରେ ଚିକିତ୍ସିତ ହେଉଥିଲେ । ମାତ୍ର ଡାକ୍ତରମାନଙ୍କର ଉତ୍ତମ ଚିକିତ୍ସା ଦ୍ୱାରା ଏହି ଶିଶୁମାନେ କରୋନା ବିରୋଧରେ ବିଜୟ ଲାଭ କରିପାରିଛନ୍ତି ।

୧୪ ବର୍ଷରୁ କମ୍ ମୋଟ ୧୪ ଜଣ ଶିଶୁ ବିଭିନ୍ନ କାରଣରୁ ଆକ୍ରାନ୍ତ ହୋଇଥିଲେ । ଏପରିକି ବାଲେଶ୍ୱର ଅଂଚଳର ଗୋଟିଏ ପରିବାରର କେବଳ ଜଣେ ଶିଶୁ ସଂକ୍ରମିତ ହୋଇ ଚିକିତ୍ସିତ ହୋଇଥିଲା । ଏହି ସମସ୍ତ ଶିଶୁ ରୋଗ ମୁକ୍ତ ହୋଇ ଘରକୁ ଫେରିବା ରାଜ୍ୟ ପାଇଁ ଏକ ଶୁଭ ସୂଚନା ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କର ମାତ୍ର ୨.୯ ପ୍ରତିଶତ ଶିଶୁ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ବର୍ତ୍ତମାନ ମୋଟ ୧୫୮ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ରାଜ୍ୟସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *