ଭୁବନେଶ୍ୱର: ଦୀର୍ଘ ଦିନ ପରେ ମାଲକାନାଗିରିକୁ ମାଡିଛି କରୋନା । ଫଳରେ ରାଜ୍ୟର ୨୩ତମ ଜିଲ୍ଲା ଭାବେ ମାଲକାନାଗିରିରେ କରୋନା ସ୍ପଷ୍ଟ ହୋଇଛି । ଏକା ଥରକରେ ୩ଜଣ କରୋନା ରୋଗୀ ଏଠାରେ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇଜଣ ତାମିଲନାଡୁ ଫେରନ୍ତା ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ପ୍ରବାସୀମାନଙ୍କ ଆଗମନ ଫଳରେ ରାଜ୍ୟର ନୂଆ ନୂଆ ଜିଲ୍ଳା କରୋନା ମ୍ୟାପରେ ସାମିଲ ହେବାରେ ଲାଗିଛି । ରାଜ୍ୟରେ ମୋଟ ୨୩ଟି ଜିଲ୍ଲା କରୋନା ମ୍ୟାପରେ ସାମିଲ ହୋଇଥିବା ବେଳେ ମାତ୍ର ୭ଟି ଜିଲ୍ଲା ଏବେ କରୋନା ମୁକ୍ତ ରହିଛି ।

Leave a Reply

Your email address will not be published. Required fields are marked *