ଭୁବନେଶ୍ୱର: କରୋନା ମୁକ୍ତ ହୋଇପାରିନାହିଁ ଜଗତସିଂହପୁର ଜିଲ୍ଲା । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଗତସିଂହପୁର ଜିଲ୍ଲାକୁ କରୋନା ମୁକ୍ତ ଘୋଷଣା କରାଯିବା ଦୁଇ ଘଣ୍ଟା ନପୁରୁଣୁ ପୁଣି ୨୦ଜଣ କରୋନା ରୋଗୀ ଏଠାରେ ଚିହ୍ନଟ ହୋଇଛନ୍ତି ।

ଜଗତସିଂହପୁର ଜିଲ୍ଲାର ନାଉଗାଁରେ ୧୯ଜଣ ଓ କୁଜଙ୍ଗରେ ଜଣେ ରୋଗୀ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଫଳରେ ପୁଣି କରୋନା ସକ୍ରିୟ ମ୍ୟାପରେ ସ୍ଥାନ ପାଇଛି ଜଗତସିଂହପୁର ଜିଲ୍ଲା । ଏହି ସମସ୍ତ ଚିହ୍ନଟ ବ୍ୟକ୍ତି କ୍ୱାରେଣ୍ଟାଇନରେ ରହିଥିବା ମଧ୍ୟ ସେ ସୂଚନା ଦେଇଛନ୍ତି ।

ଏହି ନୂତନ ଚିହ୍ନଟଙ୍କ ଫଳରେ ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯୬ରେ ପହଞ୍ଚିଥିବା ବେଳେ ସକ୍ରିୟ ମାମଲା ୬୧୫ରେ ପହଞ୍ଚିଛି । ସେହିପରି ଜଗତସିଂହପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଥିବା ବେଳେ ୨୦ଜଣ ଚିକିତ୍ସାଧିନ ଅଛନ୍ତି ।

Leave a Reply

Your email address will not be published. Required fields are marked *