ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏତିକି ବେଳେ କରୋନାର ଯୋଦ୍ଧା ସାଜିଥିବା ପୋଲିସ କର୍ମଚାରୀଙ୍କ ଠାରେ ଏବେ କରୋନା ଦେଖା ଦେଇଛି । ରାଜ୍ୟରେ ପ୍ରଥମଥର ପାଇଁ ଜଣେ କମିଶନରେଟ୍ ପୋଲିସ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ତାଙ୍କ ବୟସ ୩୬ ବର୍ଷ ବୋଲି ମଧ୍ୟ କୁହାଯାଇଛି । ସେ ପ୍ରବାସୀ ଶ୍ରମିକଙ୍କ ସଂପର୍କରେ ଆସି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା କୁହାଯାଇଛି । ତାଙ୍କର କୌଣସି ଲକ୍ଷଣ ଦେଖାଯାଇ ନଥିଲେ ମଧ୍ୟ ତାଙ୍କର ନମୁନା ପରୀକ୍ଷା କରାଯିବାରୁ ତାଙ୍କର ପଜିଟିଭ୍ ବାହାରିଥିବା କୁହାଯାଇଛି ।

କେବଳ ସେତିକି ନୁହେଁ ଗତକାଲି ଭୁବନେଶ୍ୱରକୁ କରୋନା ମୁକ୍ତ ଘୋଷଣା କରାଯାଇଥିବା ବେଳେ ଆଜି ପୁଣି ଦୁଇଜଣ ଚିହ୍ନଟ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ଜଣେ ପୋଲିସ କର୍ମଚାରୀ ହୋଇଥିବା ବେଳେ ଅନ୍ୟଜଣେ ସ୍ଥାନୀୟ ବ୍ୟକ୍ତି ବୋଲି କୁହାଯାଇଛି ।

ଖୋର୍ଦ୍ଧାର ୪ଜଣ ନୂତନ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଦୁଇଜଣ ଭୁବନେଶ୍ୱରର । ସେହିପରି ଜଣେ ଖୋର୍ଦ୍ଧା ବେଗୁନିଆ କୁଞ୍ଜୁରୀ ଅଂଚଳର ହୋଇଥିବା ବେଳେ ଅନ୍ୟ ଜଣେ ଟାଙ୍ଗୀ ଭୁଷଣ୍ଡପୁର ଅଞ୍ଚଳର ବୋଲି କୁହାଯାଇଛି । ଏହି ନୂତନ ପଜିଟିଭ୍ ଚିହ୍ନଟ ପରେ ଖୋର୍ଦ୍ଧାର ଆକ୍ରାନ୍ତଙ୍କ ସଂଖ୍ୟା ୬୪କୁ ବୃଦ୍ଧି ପାଇଛି ।

Leave a Reply

Your email address will not be published. Required fields are marked *